ଦୂର୍ଗାଷ୍ଟମୀ

ଆଜି ର ପବିତ୍ର ଦୂର୍ଗାଷ୍ଟମୀ ତିଥି ରେ ମାଁ ଚାମୁଣ୍ଡା ଦେବୀ ( କାଳୀ ମାତା ) ମାଁ ଦୂର୍ଗାଙ୍କ କପାଳରୁ ଆବିର୍ଭାବ ହୋଇ ମହିଷାସୁରା ର ସହଯୋଗୀ ଚଣ୍ଡା, ମୁଣ୍ଡା ଏବଂ ରକ୍ତାବିଯା କୁ ନିପାତ କରିଥିଲେ.

ଏହି ଶୁଭ ମୁହୂର୍ତ୍ତ ର ସ୍ମରଣ ରେ ଆଜିର ଦୂର୍ଗାଷ୍ଟମୀ ଦିନ ଦେବୀ ଦୂର୍ଗାଙ୍କର ଆଠଟି ଅବତାର ( ବ୍ରାହ୍ମଣୀ, ମହେଶ୍ୱରୀ, କୁମାରୀ, ବୈଷ୍ଣବୀ, ବାରାହୀ, ନରସିଂହୀ, ଇନ୍ଦ୍ରାଣୀ ଏବଂ ଚାମୁଣ୍ଡା ) ଙ୍କର ଆରାଧନା କରାଯାଏ. ନଅଟି କଳସ ସ୍ଥାପନ କରି ଦେବୀ ଦୂର୍ଗା ଙ୍କର ନଅ ଅବତାର କୁ ସେଥି ମଧ୍ୟରେ ଆବାହନ କରାଯାଏ

ଅସ୍ତ୍ର ପୂଜା : ପୌରାଣିକ ବିଧି ଅନୁଯାଇ ଏହି ଶୁଭ ଦିନ ରେ ଅସ୍ତ୍ର ପୂଜା କରାଯାଇଥାଏ

ସନ୍ଧି ପୂଜା : ଦୂର୍ଗା ପୂଜା ଅବସର ରେ ସନ୍ଧି ପୂଜା ସବୁଠାରୁ ପବିତ୍ର ମୁହୂର୍ତ୍ତ. ଏହା ହେଉଛି ଅଷ୍ଟମୀ ଏବଂ ନବମୀ ତିଥିର ପବିତ୍ର ମଧ୍ୟକାଳ

କନ୍ୟା ପୂଜା : ହିନ୍ଦୁ ପରିବାର ମାନଙ୍କ ରେ ଏହି ପବିତ୍ର ଦିନ କଞ୍ଜକ ପୂଜା, କନ୍ୟା ପୂଜା ତଥା କନ୍ୟା ଭୋଜ ନାମକ ପବିତ୍ର ବିଧି ପାଳନ କରନ୍ତି. ନଅ ଜଣ ଅବିବାହିତ କୁମାରୀ ଝିଅ ଙ୍କୁ ନିମନ୍ତ୍ରଣ କରି, ଦେବୀ ଙ୍କ ଅବତାର ରୂପେ ଆରାଧନା କରି, ସ୍ୱାଦିଷ୍ଟ ଭୋଜନ ପରିବେଷଣ ତଥା ଉପହାର ବିତରଣ କରନ୍ତି

ପବିତ୍ର ଦୂର୍ଗାଷ୍ଟମୀ ର ଶୁଭ ଅବସର ରେ ସମସ୍ତ ଭକ୍ତ ବୃନ୍ଦଙ୍କୁ ହାର୍ଦିକ ଅଭିନନ୍ଦନ ଏବଂ ଶୁଭେସ୍ଛା

Leave a comment